Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚାଷୀଙ୍କଠାରୁ ଧାନ କିଣିବେ ସରକାର: ବିଧାୟକଙ୍କ ନାଟକରେ ପ୍ରଭାବିତ ନହେବାକୁ ଚାଷୀଙ୍କୁ ଆହ୍ୱାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚାଷୀଙ୍କଠାରୁ ଧାନ କିଣିବେ ସରକାର: ବିଧାୟକଙ୍କ ନାଟକରେ ପ୍ରଭାବିତ ନହେବାକୁ ଚାଷୀଙ୍କୁ ଆହ୍ୱାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗତ ଶୁକ୍ରବାର ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ନଳିନୀ କାନ୍ତ ପ୍ରଧାନ କହିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଏକ ନାଟକ। ଶସ୍ତା ରାଜନୀତି ବିଜେପିର ଅଭ୍ୟାସ ବୋଲି ସେ କହିଥିଲେ।  ଜିଲ୍ଲାର ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କିଣିବା ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେବା ସହ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନାଟକରେ ଚାଷୀ ପ୍ରଭାବିତ ନ ହେବାକୁ ଆହ୍ୱାନ ଦେଇଥିଲେ। ସେହିପରି ବିଜେଡି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ବିଧାନସଭାର ଗାରିମାକୁ ନଷ୍ଟ କରିଥିବା ଅଭିଯୋଗ କରିବା ସହ ସାରା ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଥିବା କହିଥିଲେ। ବିଧାୟକଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରଭାବିତ ହୋଇ ଯଦି କୌଣସି ଚାଷୀ ଆତ୍ମହତ୍ୟା କରେ ତେବେ ଏଥିପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ହିଁ ଦାୟୀ ରହିବେ କହିଥିଲେ। ସେହିପରି ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ବିଧାୟକଙ୍କ ଏପରି କାର୍ଯ୍ୟ ପାଇଁ କ୍ଷମାପ୍ରାର୍ଥନା କରିବା ପାଇଁ ଦାବି କରିଥିଲେ। ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଧାୟକ ଶ୍ରୀ ପାଣୀଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ନିଶାନୀ ବେହେରା ଓ ନଗର ସଭାପତି ଶୁକଦେବ ମଞ୍ଚାସୀନ ଥିଲେ। ସାମ୍ବାଦିକ ସମ୍ମିଳନୀପରେ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦାୟିତ୍ୱହୀନ ଆଚରଣ ସମ୍ପର୍କରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।