ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପୀକେ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା ସିହ୍ନା ଦର୍ଶାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ସିହ୍ନାଙ୍କୁ ମୋଦୀଙ୍କ ମୁଖ୍ୟ ପରାର୍ମାଦାତା ରୂପେ ନିଯୁକ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ଏହାପୂର୍ବରୁ ପୀକେ ସିହ୍ନା ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଓଏସଡି ରୂପେ ନିଯୁକ୍ତ ହୋଇଥିଲେ। ଏହାର ୪ ବର୍ଷ ପୂର୍ବରୁ ସିହ୍ନା କ୍ୟାବିନେଟର ସଚିବ ପଦରେ ରହିଥିଲେ। ସିହ୍ନା କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟର ସଚିବ ପଦରେ ମଧ୍ୟ ରହିଥିଲେ। ସେ ଉତ୍ତରପ୍ରଦେଶ କେଡରର ୧୯୭୮ ବ୍ୟାଚର ରିଟାୟର୍ଡ ଆଇଏଏସ୍ ଅଧିକାରୀ।