ବିପଦ ସଙ୍କୁଳ ସ୍କୁଲ ଶ୍ରେଣୀ ଗୃହ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ନୟାଗଡ଼,ଏନ୍ଏନ୍ଏସ୍ଓଡ଼ଗାଁ ବ୍ଲକ୍‌ ଗୋଲଗାଁ ୟୁଜି ଏମଇ ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତାଲା ପକାଇ ଧାରଣାରେ ବସିଛନ୍ତି। ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ପାଠପଢ଼ାକୁ ନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏହାର ପ୍ରତିବାଦରେ ଶୁକ୍ରବାର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବ୍ଲକ୍‌ ପ୍ରଶାସନ ଏବଂ ଶିକ୍ଷା ବିଭାଗର ଦାୟିତ୍ୱହୀନତା ଯୋଗୁଁ ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ାପଢ଼ୁଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୩୯ ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ୪ ଟି ଶ୍ରେଣୀଗୃହ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ ସିମେଣ୍ଟ ଖସିପଡ଼ି ଥିବାବେଳେ  ଶ୍ରେଣୀଗୃହ ଗୁଡ଼ିକର କାନ୍ଥ ମଧ୍ୟ ଫାଟି ଯାଇଛି। ଏ ନେଇ ଗ୍ରାମବାସୀମାନେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଫଳରେ ବାଧ୍ୟ ହୋଇ ଗ୍ରାମର ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି।