ଚେନ୍ନାଇ,ଏଜେନ୍ସି: ମକ୍କାଲ ନିଧି ମୟମ(ଏମଏନଏମ) ମୁଖ୍ୟ କମଲ ହାସନଙ୍କ କାର ଉପରକୁ ଆକ୍ରମଣ ହୋଇଛି। ରବିବାର ରାତିରେ ତାମିଲନାଡୁର କାଞ୍ଚେପୁରମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବେଳେ ଆକ୍ରମଣ ହୋଇଥିଲା। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ।
ଉକ୍ତ ଅଭିଯୁକ୍ତ ଜଣଙ୍କୁ ଏମଏନଏମ କ୍ୟାଡର କାବୁ କରିବା ପରେ ପୁଲିସକୁ ହସ୍ତାନ୍ତର କରିଛି। ଏହି ଆକ୍ରମଣରେ କମଲ ହାସନଙ୍କୁ କୌଣସି ଆଘତ ଲାଗିନାହିିଁ। ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଏମଏନଏମ ୨୩୪ଟି ଆସନରୁ ୧୫୪ ସିଟରେ ନିର୍ବାଚନ ଲଢୁଛି। ଅନ୍ୟ ୮୦ଟି ଆସନରୁ ଏମଏନଏମର ସହଯୋଗୀ ୪୦ ଆସନରେ ନିର୍ବାଚନ ଲଢ଼ିବ। ଏପ୍ରିଲ ୬ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ। ଏହାର ଫଳାଫଳ ମେ’-୨ ରେ ବାହାରିବ।