କଂଗ୍ରେସ ନେତାଙ୍କ ସହ ଅଭିନେତ୍ରୀ ମେହରୀନ ପୀରଜାଦାଙ୍କ ନିର୍ବନ୍ଧ

ଜୟପୁର,ଏଜେନ୍ସି: ଜଣାଶୁଣା ଅଭିନେତ୍ରୀ ମେହରୀନ ପୀରଜାଦା ହରିଆଣାର କଂଗ୍ରେସ ନେତା ଭବ୍ୟ ବିଶ୍ନୋଇଙ୍କ ସହ ନିର୍ବନ୍ଧ କରିଛନ୍ତି। ଶୁକ୍ରବାର ଦିନ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇ ନିର୍ବନ୍ଧ କରିଛନ୍ତି। ମେହରୀନ ପୀରଜାଦା ସାଉଥ ପିଲ୍ମରେ ଅଭିନୟ କରନ୍ତି। ସେହିପରି ଭବ୍ୟ ବିଶ୍ନୋଇ ହରିଆଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି ଓ କଂଗ୍ରେସ ନେତା କୁଲଦୀପ ବିଶ୍ନୋଇଙ୍କ ପୁଅ ଅଟନ୍ତି।

 

ଜୟପୁରର ଏକ କିଲ୍ଲାରେ ପରିବାର ଲୋକ, ନିକଟ ବନ୍ଧୁ ଓ ପରିଜନଙ୍କ ଉପସ୍ଥିତିରେ ସେମାନେ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଜାଣିବା ପରେ ନିର୍ବନ୍ଧ କରିଛନ୍ତି। ନିଜେ ମେହରୀନ ସେମାନଙ୍କ ସମ୍ପର୍କ ବିଷୟରେ ପୂର୍ବରୁ ସୋସିଆଲ ମିଡ଼ିଆରେ କହିଥିଲେ।