ମୁମ୍ବାଇ, ଏଜେନ୍ସି: ଦେଶରେ ପୁଣି କରୋନା ଲେଉଟିବା ପରେ ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେବାରେ ଲାଗିଛି। ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ ୨୦୨୧ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ମହାରାଷ୍ଟ୍ର ସରକାର ନିଷ୍ପତି ନେଇଛନ୍ତି। ଏ ନେଇ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି।
ପୁଣେରେ ମାର୍ଚ୍ଚ ୧୪ ଯାଏଁ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାରାଷ୍ଟ୍ରରେ ବର୍ତ୍ତମାନ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ସ୍କୁଲ ଏବଂ କଲେଜ ବନ୍ଦ ନିଷ୍ପତ୍ତିକୁ ବଢାଇ ଦିଆଯାଇଛି ।