ଘର କାନ୍ଥ ଭୁଶୁଡି ୧ ମୃତ, ୨ ଗୁରୁତର

ଅଇଁଠାପାଲି,ଏନ୍ଏନ୍ଏସ୍: ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ମାଲିପଡ଼ାରେଶୁକ୍ରବାର ଭୋରରେ କାନ୍ଥ ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଵୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ଅଜୟ ମୁଣ୍ଡା ଓ ଆହତ ୨ ଜଣ ସୁଜିତ ମୁଣ୍ଡା ଓଅଭିଶେକ ପିଙ୍ଗୁଆ । ତିନି ଯୁବକ ଏକ ଘରେ ଶୋଇଥିବାବେଳେ ଭୋର ସାଢ଼େ ୩ଟାରେ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା, ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।