Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶା ଲୁଣରେ ଆୟୋଡିନ୍ ମାତ୍ରା କମ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶା ଲୁଣରେ ଆୟୋଡିନ୍ ମାତ୍ରା କମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମିଳୁଥିବା ଲୁଣରେ ଆୟୋଡିନ୍ର ମାତ୍ରା କମ୍। ଆୟୋଡିନଯୁକ୍ତ ଲୁଣ ମିଳିବା କଷ୍ଟକର ହେଉଛି। ରାଜ୍ୟର ଲୋକେ ନିଜ ଖାଦ୍ୟ ମାଧ୍ୟମରେ ୬୫.୮୦ ପ୍ରତିଶତର ଆୟୋଡିନ୍ ପାଇ ପାରୁଛନ୍ତି ,ଯାହା ଦେଶର ହାରାହାରି ଆୟୋଡିନ ମାତ୍ରାଠାରୁ ଢେର ପଛରେ ରହିଛି। ଜାତୀୟସ୍ତରରେ ଏହି ମାତ୍ରା ୭୬.୩୦ ରହିଛି। ଜାତୀୟସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟ ଆୟୋଡିନଯୁକ୍ତ ଖାଦ୍ୟ ଯୋଗାଣରେ ପଛରେ ପଡ଼ିଛି। ଅର୍ଥାତ୍ ଲୋକେ ବିଶୁଦ୍ଧ ଲୁଣ ପାଇବାରୁ ବଞ୍ଚିତ।

ଓଡ଼ିଶା ପଛକୁ କେବଳ ତିନୋଟି ରାଜ୍ୟ ରହିଛନ୍ତି। ସେମାନେ ହେଲେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ଆନ୍ତର୍ଜାତିକ ପୋଷଣ ସଂସ୍ଥା ଓ ଆୟୋଡିନ୍ ଅଭାବଜନିତ ରୋଗ ସମସ୍ୟା ସମ୍ବନ୍ଧରେ ଗବେଶଣା କରୁଥିବା ସଂସ୍ଥାର ମିଳିତ ଉଦ୍ୟମରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଦେଶର ପ୍ରମୁଖ ଉତ୍ତର-ପୂର୍ବ ରାଜ୍ୟର ଲୋକେ ଆୟୋଡିନଯୁକ୍ତ ଖାଦ୍ୟ ପାଇପାରୁଛନ୍ତି। ନାଗାଲାଣ୍ଡ, ମଣିପୁର, ମିଜୋରାମ ଭଳି ରାଜ୍ୟରେ ଲୋକେ ନିଜ ଖାଦ୍ୟରେ ୯୯ ପ୍ରତିଶତରୁ ଅଧିକ ଆୟୋଡିନ୍ ପାଉଛନ୍ତି। ତେବେ ଓଡ଼ିଶା ଭଳି ରାଜ୍ୟ ଏବେ ମଧ୍ୟ ଆୟୋଡିନଯୁକ୍ତ ଲୁଣ ପାଇଁ ସଂଘର୍ଷ କରୁଛି। ରାଜ୍ୟ ଲୁଣ ଉତ୍ପାଦନରେ ଅଗ୍ରଣୀ ହୋଇଥିବାବେଳେ ଏଠାରେ ନିମ୍ନମାନର ଲୁଣ ମିଳୁଛି। ରାଜ୍ୟରେ ଲୁଣର ମାନ ପରୀକ୍ଷା ନେଇ ସରକାର କେବେ ଚିନ୍ତିତ ଥିଲା ଭଳି ମନେ ହୁଏନି। ମାନ ପରୀକ୍ଷା ପାଇଁ ସଲ୍ଟ୍ କମିଶନର ଅଫିସରମାନେ ନିଯୁକ୍ତ ହୋଇଛନ୍ତି। ହେଲେ ସଂପୃକ୍ତ ଅଧିକାରୀ କେବଳ ରାଜ୍ୟରୁ ରପ୍ତାନି ହେଉଥିବା ଲୁଣର ମାନକୁ ନେଇ ଚିନ୍ତିତ। ରାଜ୍ୟ ଭିତରେ ଏମାନେ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ବୋଲି ସାମାଜିକକର୍ମୀଙ୍କ ସ୍ତରରେ ଅଭିଯୋଗ ହେଉଛି। ରାଜ୍ୟ ବାହାରକୁ ଯାଉଥିବା ଲୁଣକୁ କ୍ରମାଗତ ବ୍ୟବଧାନରେ ଯାଞ୍ଚ କରାଯାଉଥିବାବେଳେ ରାଜ୍ୟ ଭିତରେ ଲୁଣର ଯାଞ୍ଚ ପ୍ରକ୍ରିୟା ଢିଲା ବୋଲି ଜଣେ ସଲ୍ଟ୍ କମିଶନର କର୍ମଚାରୀଙ୍କ କହିଛନ୍ତି । ତେଣୁ ଅନେକ କମ୍ପାନି ଆୟୋଡିନ୍ର ମାତ୍ରା ଉପରେ ଧ୍ୟାନ ନଦେଇ ବ୍ୟବସାୟ କରୁଛନ୍ତି।

ଏହା ବ୍ୟତୀତ ଗାଁ’ଗଣ୍ଡାରେ ମଧ୍ୟ ଏବେ ଖୋଲା ଲୁଣ ମିଳୁଛି। ଏହା ଖାଲି ଲୁଣିଆ ଲାଗିବା ବ୍ୟତୀତ ତାହାର ଅନ୍ୟ କିଛି ଫାଇଦା ନାହିଁ। ହେଲେ ତାହା ଏତେ ଶସ୍ତା ଯେ ଲୋକେ ଖୋଲା ଲୁଣକ ବାଛୁଛନ୍ତି। ତେବେ କେବଳ ଓଡ଼ିଶା ନୁହେଁ, ଏହା ଏବେ ଦେଶର ସମସ୍ୟା। ପ୍ରମୁଖ ଲୁଣ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ଆୟୋଡିନ୍ ଅଭାବର ଶୀକାର। ଯେଉଁଠି ଲୁଣ ନାହିଁ ସେଠାରେ ଭଲ ଲୁଣ ମିଳୁଛି ।

ରାଜ୍ୟରେ ଆୟୋଡିନ୍ ଅଭାବଜନିତ ସ୍ଥିତିକୁ ଆୟୋଡିନ୍ ଅଭାବଜନିତ ରୋଗରୁ ଠଉରେଇ ହେବ। ସର୍ବଭାରତୀୟ ସାଧାରଣ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ରିପୋର୍ଟରେ ଏକଥା ସ୍ପଷ୍ଟ ଯେ ରାଜ୍ୟର ୧୭ ଜିଲ୍ଲା ଏବେ ଆୟୋଡିନ୍ ଅଭାବଜନିତ ରୋଗର ଶିକାର। ଜାତୀୟସ୍ତରରେ ଏହା ମଧ୍ୟ ଏକ ରେକର୍ଡ। ଶରୀରରେ ଆୟୋଡିନର ଅଭାବ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପ୍ରଭାବ ପକାଏ। ଅନୁଗୁଳ, ବରଗଡ଼, କଟକ ଓ ଢ଼େଙ୍କାନାଳ ଭଳି ଜିଲ୍ଲାରେ ଆୟୋଡିନ ଅଭାବଜନିତ ସମସ୍ୟା ସବୁଠାରୁ ଅଧିକ।