କୋଲକାତା: ମମତାଙ୍କ ଉପରେ ହୋଇଥିବା ଆକ୍ରମଣର ଅଭିଯୋଗ କରିବା ପାଇଁ ଟିଏମସିର ଏକ ପ୍ରତିନିଧୀ ଦଳ ନିର୍ବାଚନ ଆୟୋଗ ପହଞ୍ଚିଛି। ଏହି ମାମଲାର ଯଥାଶୀଘ୍ର ତଦନ୍ତ କରିବା ପାଇଁ ଟିଏମସି ଦାବି କରିଛି। ଏଥିସହିତ ନିର୍ବାଚନ ଆୟୋଗକୁ ଏକ ପତ୍ର ହସ୍ତାନ୍ତର କରିଛି।
ଟିଏମସି ଏହି ପତ୍ରରେ ଲେଖିଛି ଯେ, ‘ମମତା ବାନାର୍ଜୀ ଆମ ପାର୍ଟିର ଅଧ୍ୟକ୍ଷ ଓ ଭାରତର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ଯେତେବେଳେ ଭାରତର ନିର୍ବାଚନ ଆୟୋଗ ନିର୍ବାଚନ କରିବା ନାମରେ ରାଜ୍ୟର ଆଇନ ବ୍ୟବସ୍ଥା ସମ୍ଭାଳିଲେ ସେତେବେଳେ ପୁରା ଶାସନ ଢାଞ୍ଚାକୁ ନିଯୁକ୍ତ କଲେ। ବିନା କୌଣସି ପରାମର୍ଶରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ହଟାଇଦେଲେ। ପରେ ବିଜେପିର ଇଙ୍ଗିତରେ ନନ୍ଦୀଗ୍ରାମରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା z+ ସିକ୍ୟୁରିଟିଧାରୀଙ୍କୁ ଧମକ ଦିଆଯାଇଥିଲା।