ବିଶ୍ୱ ପୁରୁଷ ଦିବସ ପାଳନ କରାଯାଉ : ସୋନାଲ ମାନସିଂହ

ନୂଆଦିଲ୍ଲୀ, ଏଜେନ୍ସି: ବିଶ୍ୱ ମହିଳା ଦିବସରେ ବିଜେପିର ସାଂସଦ ସୋନାଲ ମାନସିଂହ ରାଜ୍ୟସଭାରେ ବିଶ୍ୱ ପୁରୁଷ ଦିବସ ପାଳନ କରାଯିବାକୁ ଦାବି କରିବାରୁ ଏଥିନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଏବେ ରାଜ୍ୟସଭାର ମନୋନୀତ ସଦସ୍ୟ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମହିଳା ଦିବସରେ ରାଜ୍ୟସଭାରେ ବହୁ ମହିଳା ସାଂସଦ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୋନାଲ ମାନସିଂହ କହିଥିଲେ, ଲୋକେ ମହିଳା ଓ ପୁରୁଷ ସମାନ ବୋଲି କୁହନ୍ତି। କିନ୍ତୁ ସମାଜର ପ୍ରତ୍ୟେକସ୍ତରରେ ଅସାମ୍ୟ ଦେଖାଯାଉଛି। ଗୃହରେ ଆଲୋଚନା ବେଳେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ଉତଥାପିତ ହୋଇଥିଲା।