ପରିବାର ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାରେ ତ୍ରୁଟି : ଜଣେ ମହିଳାଙ୍କ କଟିଗଲା ଖାଦ୍ୟ ନଳୀ, ଜଣଙ୍କ ଷ୍ଟିଚ ଖୋଲି ବାହାରିଗଲା ଅନ୍ତନଳୀ
ଝାରସୁଗୁଡ଼ା,ଏନ୍ଏନ୍ଏସ୍:ପରିବାର ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବାରମ୍ବାର ତ୍ରୁଟି କରୁଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପ୍ରଚାର ସମୟରେ ଜଣେ ମହିଳାଙ୍କ ଖାଦ୍ୟନଳୀ କଟିଯାଇଥିବାବେଳେ ଆଉ ଜଣେ ମହିଳାଙ୍କ ଷ୍ଟିଚ ଖୋଲି ଅନ୍ତନଳୀ ବାହରି ପଡିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗତ ମଙ୍ଗଳବାର କୁହାକୁଣ୍ଡା ଗ୍ରାମର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ (୨୬)ଙ୍କର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପ୍ରଚାର ବେଳେ ତାଙ୍କର ଖାଦ୍ୟନଳୀ କଟି ଯାଇଥିଲା। ଫଳରେ ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ନହୋଇ ପାରିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା। ସେଠାରେ ପୁଣି ସରିତାଙ୍କ ଅସ୍ତ୍ରୋପ୍ରଚାର କରାଯାଇ ରକ୍ତସ୍ରାବ ବନ୍ଦ କରାଯାଇଥିଲା।
