ତାଜମହଲରେ ବିସ୍ଫୋରକ ରହିଥିବା ସୂଚନା, ପୁଲିସର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶରେ ଥିବା ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଆଗ୍ରାର ତାଜମହଲ ଠାରେ ବିସ୍ଫୋରକ ରହିଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରକ ରଖାଯାଇଥିବା ସମ୍ପର୍କରେ ଜଣେ ଅଜଣା ବ୍ୟକ୍ତି ଫୋନ ଯୋଗେ ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ତାଜମହଲରୁ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରିବା ସହିତ ଏହାର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ସିଆଇଏସଏଫ ଓ ସ୍ଥାନୀୟ ପୁଲିସଙ୍କୁ ତାଜମହଲ ଠାରେ ମୁତୟନ କରାଯାଇଛି। ଫୋନ କଲକୁ ଯାଞ୍ଚ କରାଯାଉଥିବା ବେଳେ ତାଜମହଲ ପରିସରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।