ଝାଡ଼ଖଣ୍ଡରେ ଆଇଡି ବିସ୍ଫୋରଣ, ଦୁଇ ଯବାନ ସହିଦ

ରାଞ୍ଚି,ଏଜେନ୍ସି: ଝାଡଖଣ୍ଡର ଚାଇବାସା ଅଞ୍ଚଳରେ ଆଇଡି ବିସ୍ଫୋରଣ ଘଟି ଝାଡ଼ଖଣ୍ଡ ଜାଗୁଆରର ୨ ଜଣ ଯବାନ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣ ଆଜି ସକାଳ ପ୍ରାୟ ୮ଟା ୪୫ରେ ଘଟିଛି। ଅନ୍ୟପଟେ ଏଥିରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେଥିରେ ୧୯୭ ବାଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ର ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି।