ଅହମ୍ମଦାବାଦ,ଏଜେନ୍ସି: କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ଲକ୍ଷ କରି ଗୁଜରାଟ ସରକାର ରାଜ୍ୟର ୪ଟି ପ୍ରମୁଖ ସହର ଯଥା ଅହମ୍ମଦାବାଦ, ସୁରଟ୍, ଭଦୋଦରା ଓ ରାଜକୋଟରେ ରାତ୍ରକାଳୀନ କର୍ଫ୍ୟୁ ମିଆଦକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ଫଳରେ ଏହି କଟକଣା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି। ପଞ୍ଚମ ଥର ପାଇଁ ଏହି ସହରଗୁଡିକରେ ରାତ୍ରକାଳୀନ କର୍ଫ୍ୟୁ ମିଆଦକୁ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟ କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ପ୍ରତ୍ୟେକ ଦିନ ମଧ୍ୟରାତ୍ରି ୧୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।