ଦ୍ୱିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଗୁଲମାର୍ଗରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ ଜରିଆରେ ଉଦଘାଟନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଏଥିରେ ଭାଗ ନେଇଛନ୍ତି। ଏହି ଖେଳ ମାର୍ଚ୍ଚ ୨ ରେ ଶେଷ ହେବ।

ଆନ୍ତର୍ଜାତୀୟ ଶୀତକାଳୀନ ଖେଳ ପଡ଼ିଆରେ ଭାରତର ଉପସ୍ଥିତି ଅନୁଭବ କରିବା ଏବଂ ଜାମ୍ମୁ କାଶ୍ମୀରକୁ ଶୀତକାଳୀନ କ୍ରୀଡ଼ାର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେ ଆହୁରି କହିଛନ୍ତି କି, ଏହି ଖେଳଗୁଡିକ ‘ଏକ ଭରତ, ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ଦୃଢ଼ କରିବ। ମୋତେ କୁହାଯାଇଛି ଯେ ଚଳିତ ବର୍ଷ ଅଂଶଗ୍ରହଣ ଦ୍ୱିଗୁଣିତ ହୋଇଛି ଏବଂ ଏହା ଦେଶରେ ଶୀତକାଳୀନ କ୍ରୀଡ଼ା ପ୍ରତି ପ୍ରବୃତ୍ତିର ପ୍ରତିଫଳନ ଅଟେ।

ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଖେଳାଳି ଦେଶ ପାଇଁ ଏକ ବ୍ରାଣ୍ଡ ଆମ୍ବାସଡର। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଆପଣ ଖେଲୋ ଇଣ୍ଡିଆ-ଶୀତକାଳୀନ ଗେମ୍ସରେ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି, ମନେରଖନ୍ତୁ ଯେ ଆପଣ କେବଳ ଏକ ଖେଳର ଅଂଶ ନୁହଁନ୍ତି, ବରଂ ଆପଣ ଆତ୍ମନିର୍ଭରଶୀଳ ଭାରତର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଟନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଜାମ୍ମୁ କାଶ୍ମୀର ଏବଂ ଦେଶର ବିଭିନ୍ନ ଖେଳାଳିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଜାମ୍ମୁ କାଶ୍ମୀର କ୍ରୀଡ଼ା ପରିଷଦ ଏବଂ ଜାମ୍ମୁ କାଶ୍ମୀରର ଶୀତକାଳୀନ ଖେଳ ସଂଘ ସହଯୋଗରେ ଏହାର ଆୟୋଜନ କରାଯାଇଛି।