ପୁଡ଼ୁଚେରୀରେ ଲାଗିବ ରାଷ୍ଟ୍ରପତି ଶାସନ

ପୁଡ଼ୁଚେରୀ: ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। କେନ୍ଦ୍ରୀୟ କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ କେନ୍ଦ୍ରଶାସିତ ପ୍ରଦେଶ ପୁଡ଼ୁଚେରୀରେ କଂଗୈସ ଓ ଡିଏମକେ ମହାମେଣ୍ଟ ସରକାର ଭାଙ୍ଗିବା ପରେ ଉପରାଜ୍ୟପାଳ ତମିଲିସାଇ ସାଉଣ୍ଡରାଜନ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଅନୁରୋଧ କରିଥିଲେ। ବିଜେପି ଓ ତା’ର ସହଯୋଗୀ ଦଳ ରାଜ୍ୟରେ ସରକାର ବନାଇବାକୁ ନେଇ ମନସ୍ଥ କରିସାରିଲେଣି। ପୁଡ଼ୁଚେରୀରେ ଏପ୍ରିଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ପୁଡ଼ୁଚେରୀରେ ବିଧାନସଭା କାର୍ଯ୍ୟକାଳ ୨୦୨୧ ଜୁନ୍ ୮ ତାରିଖରେ ଶେଷ ହେବ। ସେଥିପାଇଁ ନିର୍ବାଚନ ଆୟୋଗ କୌଣସି ସମୟରେ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଏଠାରେ ବିଧାନସଭାର ମୋଟ ୩୦ଟି ସିଟ୍ ରହିଥିବା ବେଳେ ବହୁମତ ପାଇଁ ୧୬ଟି ସିଟର ଆବଶ୍ୟକତା ରହିଛି। ପୁଡ଼ୁଚେରୀ ବ୍ୟତୀତ ଚଳିତ ବର୍ଷ ପଶ୍ଚିବଙ୍ଗ, କେରଳ, ଆସାମ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।