କୋଟିଆ ମାମଲା: ଓଡ଼ିଶାକୁ ଆଉ ୪ ସପ୍ତାହ ସମୟ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଟିଆରେ ଆନ୍ଧ୍ରର ଜବରଦଖଲ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏଥିରେ ଆନ୍ଧ୍ର ଜବାବ ରଖିଥିବା ବେଳେ ଓଡ଼ିଶାକୁ ଏହାର ପ୍ରତିଜବାବ ପାଇଁ ୪ ସପ୍ତାହ ସମୟ ମିଳିଛି।

୧୯୫୨ ମସିହାରୁ ଆନ୍ଧ୍ର କୋଟିଆରେ ନିର୍ବାଚନ କରିଆସୁଥିବା ସହିତ କୋଟିଆରେ ଆନ୍ଧ୍ର କରିଥିବା ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ପ୍ରଦାନ କରାଯାଇଛି। ଏନେଇ ୫୦ ପୃଷ୍ଠା ବିଶିଷ୍ଟ ଦସ୍ତାବିଜ କୋର୍ଟରେ ଦାଖଲ ହୋଇଛି।