ଭାଲୁକୁ ଧରିବାରେ ସଫଳ ହୋଇଛି ବନବିଭାଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ପୂର୍ବରୁ ଭାଲୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସୂଚନା ଅନୁସାରେ ଦୀର୍ଘ ୧୫ ରୁ ୨୦ ଦିନ ହେବ ଚିତ୍ରକୋଣ୍ଡା ଛକ ନିକଟରେ ସନ୍ଧ୍ୟା ହୋଇଗଲେ ଭାଲୁ ଆସି ସେଠାରେ ଥିବା ଦୋକାନ ଗୁଡ଼ିକୁ ଭଙ୍ଗାରୁଜା କରୁଥିଲା। ଏଥିରେ ଲୋକେ ଭୟଭୀତ ହୋଇଥିଲେ। ଏ ନେଇ ବନବିଭାଗ ବାରମ୍ବାର ଭାଲୁଟିକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପ୍ରାୟ ୨ଟା ସମୟରେ ବନବିଭାଗ ତା’ର ରଣକୌଶଳ ପ୍ରୟୋଗ କରି ଭାଲୁଟିକୁ କାବୁ କରିବାରେ ସଫଳ ହୋଇଛି। ପରେ ବନବିଭାଗ ଭାଲୁଟିକୁ ଜଙ୍ଗଲ ମଧ୍ୟରେ ଛାଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିିଳିଛି।