ଖାଇବାକୁ ନ ଦେବାରୁ ମାଆକୁ ଆକ୍ରମଣ: ପୁଅ ଗିରଫ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖାଇବାକୁ ନଦେବାରୁ ମାଆକୁ ତଣ୍ଟିଚିପି ମାରିବାକୁ ଉଦ୍ୟମ କରିଛି ପୁଅ। ମାଆର ଅଭିଯୋଗ କ୍ରମେ ପୁଅକୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ, ଖଜୁରିପଡାର ବନ୍ଧସାହିରେ ରହୁଥିବା ଜଣେ ମହିଳା ବାତ୍ସଲ୍ୟ ବେହେରାଙ୍କୁ ଗତ ବୁଧବାର ତାଙ୍କ ପୁଅ ଅରୁଣ ଆସି ଖାଇବା ପାଇଁ ମାଗିଥିଲା। ତେବେ କୌଣସି କାରଣରୁ ବାତ୍ସଲ୍ୟ ତାକୁ ଖାଇବାକୁ ଦେବାପାଇଁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅରୁଣ ଏକ ଗାମୁଛାରେ ମା’ର ତଣ୍ଟି ଚିପି ମାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବାତ୍ସଲ୍ୟ ଖଜୁରିପଡା ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅରୁଣକୁ ଗିରଫ କରିଛି। ଅଭିଯୁକ୍ତ ନାମରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି।