ନିଆଁ ପୁଉଁଥିବାବେଳେ ଅଘଟଣ, ନାବାଳିକା ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡଳଙ୍ଗ ଗ୍ରାମରେ ନିଆଁରେ ପୋଡିହୋଇ ଜଣେ ନାବଳିକା ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ନାବଳିକା ହେଲେ ଘଟଗାଁ ବ୍ଲକ ବାଣକାଣ୍ଡ ଗ୍ରାମର ଚକ୍ର ଦଳେଇଙ୍କ ଝିଅ ମୋନାଲିସା ଦଳେଇ। ସେ ନିଜ ପିଉସୀଘର ଡଳଙ୍ଗ ଗ୍ରାମକୁ କିଛି ଦିନ ପୂର୍ବରୁ ବୁଲିବାକୁ ଆସିଥିଲେ। ପ୍ରବଳ ଥଣ୍ଡା ହେବାରୁ ନିଆଁ ଜାଳି ସେକି ହେଉଥିବାବେଳେ ହଠାତ୍ ଡ୍ରେସରେ ନିଆଁ ଲାଗିଯାଇଥିଲା। ଫଳରେ ମୋନାଲିସା ଗୁରୁତର ହୋଇ ପଡ଼ିଥିଲେ। ପରିବାରଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ମୋନାଲିସାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।