ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ପୌରପରିଷଦ ତରଫରୁ ପ୍ରସ୍ତାବିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯିବାକୁ ଦାବି ହୋଇଛି। ଏନେଇ ମଙ୍ଗଳବାର ଜିଲ୍ଲା ଓକିଲ ସଂଘ ନେତୃତ୍ୱରେ ବରଗଡ଼ର ବିଭିନ୍ନ ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୌରପରିଷଦ ତରଫରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଜନବିରୋଧୀ ବୋଲି କୁହାଯିବା ସହ ତୁରନ୍ତ ପ୍ରସ୍ତାବିତ ଟ୍ୟାକ୍ସ ବୃଦ୍ଧିକୁ ସ୍ଥଗିତ ରଖାଯାଉ ବୋଲି ଦାବି କରାଯାଇଛି। ଜିଲ୍ଲା ଓକିଲ ସଂଘ ସଭାପତି ଶ୍ୟାମସୁନ୍ଦର ଅଦାବର, ସମ୍ପାଦକ ହରିହର ପ୍ରଧାନ, ବରିଷ୍ଠ ଆଇନଜୀବୀ ଶିରିଷ ବଲ୍ଲଭ ମିଶ୍ର, ଆଇନଜୀବୀ ଲିପସିତ ମିଶ୍ର, ଡ. ସୁବଲ କର, ଦିଲ୍ଲୀପ ସାୱଡିଆ, ଉମେଶ ବିଶ୍ୱାଲ, ବୀରେନ୍ଦ୍ର ପ୍ରଧାନ, ସୁନୀଲ ପୁରୋହିତ, ଆଇନଜୀବୀ ସୁରେନ୍ଦ୍ର ପଣ୍ଡା, ବିଜୟ ଦାଶ, ମହେଶ ଗଡ଼ତିଆ, ଭବାନୀ ପ୍ରସାଦ ସାହୁ, କମଲ ଯୋଶୀଙ୍କ ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।