ନବରଙ୍ଗପୁର ଉପ କାରାଗାରର ବିଚାରାଧୀନ କଏଦୀ ମୃତ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଉପ କାରାଗାରରେ ଥିବା ବିଚାରାଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇଗୁଡ଼ା ଗାଁର ରାମଧର ଭତ୍ରା।

ଗତ ଜାନୁଆରୀ ମାସ ୨୨ ତାରିଖରୁ ନବରଙ୍ଗପୁର ଜିଲ୍ଲା ଉପ କାରାଗାରରେ ବିଚାରାଧୀନ କଏଦୀ ଭାବରେ ଜେଲରେ ରହୁଥିଲେ ରାମଧର। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋକ୍ସୋ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ। ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିଲା। ହଠାତ ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସକାଳୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।