ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ: ଜିତିବା ପାଇଁ ଭାରତକୁ ୩୮୧ ରନ୍ ଆବଶ୍ୟକ

ଚେନ୍ନାଇ,ଏଜେନ୍ସି: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ୍ ରୋମାଞ୍ଚ କର ସ୍ଥିତିରେ ପହଞ୍ଚିଛି। ଆଜି ଖେଳର ୫ମ ଦିନରେ ଜିତିବା ଲାଗି ଭାରତକୁ ୩୮୧ ରନ୍ ଆବଶ୍ୟକ ରହିଛି। ଏଥିସହ ଭାରତ ନିକଟରେ ୯ଟି ୱିକେଟ ରହିଛି।

ଭାରତ ଗତକାଲି ଦ୍ୱିତୀୟ ପାଳି ଖେଳ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଗୋଟେ ୱିକେଟ ହରାଇ ୩୯ ରନ କରିଛି। ରୋହିତ ଶର୍ମା ୧୨ ରନ୍ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ ୧୫ ଏବଂ ଚେତେଶ୍ୱର ପୂଜାରା ୧୨ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ପାଳିରେ ୨୪୧ ରନରେ ଆଗୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ପାଳିରେ ୧୭୮ ରନ୍ କରି ଅଲଆଉଟ ହୋଇଥିଲା। ଫଳରେ ୪୨୦ ରନ୍ ବିଜୟ ଲକ୍ଷ ନେଇ ଭାରତ ବ୍ୟାଟିଂ କରୁଛି। ସ୍ପିନର ଆର ଅଶ୍ୱିନୀ ଇଂଲଣ୍ଡର ଦ୍ୱିତୀୟ ପାଳିରେ ସର୍ବାଧିକ ୬ଟି ୱିକେଟ ନେଇଛନ୍ତି।

ଇଂଲଣ୍ଡ ପ୍ରଥମ ପାଳିରେ ୫୭୮ ରନ୍ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୩୩୭ ରନ୍ କରିଥିଲା।