ରଣନୀତି ଭାଗିଦାରୀ ନେଇ ଜୋ ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଜୋ ବାଇଡେନଙ୍କ ରାଷ୍ଟ୍ରପତି ପଦ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟ ଭାରତ ଓ ଆମେରିକାର ୨ ଶ୍ରେଷ୍ଠ ନେତାଙ୍କ ମଧ୍ୟରେ ପ୍ରଥମ ଆଲୋଚନା ହୋଇଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥାବାର୍ତ୍ତା କରିଛନ୍ତି। ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ଉଭୟ ଦେଶର ଶ୍ରେଷ୍ଠ ନେତା ଶାନ୍ତି ଓ ସୁରକ୍ଷା ନେଇ ଆଲୋଚନା କରିଛନ୍ତି।

ଜୋ ବାଇଡେନ‌ଙ୍କ ସହିତ ଆଞ୍ଚଳିକ ପ୍ରସଙ୍ଗ ଉପରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଥିସହ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସହଯୋଗ ନେଇ ମଧ୍ୟ ସହମତି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଓ ମୁଁ ଭାରତ-ପ୍ରଶାନ୍ତ କ୍ଷେତ୍ର ଏବଂ ଅନ୍ୟ ରାଷ୍ଟ୍ର ସହିତ ଶାନ୍ତି ରକ୍ଷା ଲାଗି ରଣନୀତି ଭାଗିଦାରୀ ମଜଭୁତ କରିବା ପାଇଁ ତତ୍ପର ଦେଖାଇଛୁ।