ରାସ୍ତାକଡ଼ରେ ବେଆଇନ ପାର୍କିଂ କଲେ ହେବ ୨୦ ହଜାର ଯାଏଁ ଫାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାସ୍ତ କଡ଼ରେ ବେଆଇନ ପାର୍କିଂ ରୋକିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ରସ୍ତାକଡ଼ରେ ବେଆଇନ ଭାବରେ ଯାନବାହାନ ପାର୍କିଂ କଲେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ ବୋଲି ଉପଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ଦେଇଛନ୍ତି। ରାସ୍ତାକଡରେ ପାର୍କିଂ ନକରିବା ପାଇଁ ଜିଲ୍ଲା ପ୍ରାଶାସନ ବାରମ୍ବାର ସଚେତନ କରୁଥିଲେ ହେଁ ଅମାନିଆମାନେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି। ବଂର ଦିନକୁ ଦିନ ରାସ୍ତା କଡରେ ବେଆଇନ ପାର୍କିଂ ବଢିବାରେ ଲାଗିବାସହ ଦୁର୍ଘଟଣାର ପ୍ରମୁଖ କାରଣ ପାଲିଟିଛି। ତେଣୁ ଦୁର୍ଘଟଣା ରୋକିବା ତଥା ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଆଜିଠାରୁ ବେଆଇନ ପାର୍କଂ କରାଯାଇଥିବା ଗାଡିଠାରୁ ୨୦ ହଜାର ଟଙ୍କା ଯାଏଁ ଫାଇନ ଆଦାୟ କରିବସହ ଆବଶ୍ୟକସ୍ଥଳେ ଗାଡି ଜବତ କରିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ଟପ୍ପୋ କହିଛନ୍ତି।