ଚେନ୍ନାଇ, ଏଜେନ୍ସି: ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ୫୭୮ ରନ୍ କରି ଇଂଲଣ୍ଡ ଅଲଆଉଟ୍ ହୋଇଥିବାବେଳେ ଭାରତ ତରଫରୁ ବ୍ୟାଟିଂ ଜାରି ରହିଛି। ୫୧ ଓଭର ଖେଳ ସୁଦ୍ଧ ଭାରତ ୫ ୱିକେଟ ହରାଇ ୧୯୨ରନ ସଂଗ୍ରହ କରିପାରିଛି। ଭାରତ ପକ୍ଷରୁ ଋଷଭପନ୍ତ ସର୍ବାଧିକ ୭୬ ରନ୍ ଖେଳୁଛନ୍ତି। ତାଙ୍କ ସହ ନୂଆ ବ୍ୟାଟ୍ସମ୍ୟାନ ୱାଶିଙ୍ଗଟନ୍ ସୁନ୍ଦର କ୍ରିଜରେ ଅଛନ୍ତି।