ଡିଏଭି ଇଲେଭେନକୁ ହରାଇ ପ୍ରେସ୍ ଇଲେଭେନ ଚାମ୍ପିଅନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଡିଏଭି ଇଲେଭେନ ଓ ପ୍ରେସ୍ ଇଲେଭଏନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆଜି ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ ଡିଏଭି ଇଲେଭନେକୁ ୪ ରନରେ ହରାଇ ପ୍ରେସ୍ ଇଲେଭଏନ ଚାମ୍ପିଅନ ହୋଇଛି। ପ୍ରେସ୍ ଇଲେଭନ ପ୍ରଥମେ ବ୍ୟାଟିଂ କରି ସିତମ ପ୍ରଧାନଙ୍କ ୨୫ ରନ୍ ବଳରେ ୧୪ ଓଭରରେ ୧୧୨ରନ ସ୍କୋର ଛିଡା କରିଥିଲା। ୧୧୩ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ଡିଏଭି ଇଲେଭେନ ୧୦୯ ରନରେ ସିମିତ ରହି ପରାଜିତ ହୋଇଥିଲା। ଡିଏଭି ଇଲେଭେନ ପକ୍ଷରୁ ପଞ୍ଚାନନ ପଟେଲ ୩୮ ରନ୍ କରିଥିବାବେଳେ ୪ ଓିକେଟ ନେଇଥିଲେ।

ସେହିପରି ପ୍ରେସ ଇଲେଭେନ ପକ୍ଷରୁ ସନ୍ତୋଷ ସାହୁ ୪ ଓିକେଟ ନେବାସହ ଦଳକୁ ବିଜୟ ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଭୟଦଳକୁ ଡିଏଭି କର୍ତ୍ତୃପକ୍ଷ ସମ୍ମାନିତ କରିଥିଲେ। ସେହିପରି ବେଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ସିତମ ପ୍ରଧାନ, ବେଷ୍ଟ ବୋଲର ଓ ମ୍ୟାନଅଫଦି ମ୍ୟାଚ ଭାବରେ ସନ୍ତୋଷ ସାହୁ, ବେଷ୍ଟ ଅଲରାଉଣ୍ଡର ଭାବରେ ପଞ୍ଚାନନ ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ତାପସ ରାୟ ଚୌଧୁରୀ, ଉପ ସଭାପତି ଜୀବନ ମହାନ୍ତି, ଡିଏଭି ସ୍କୁଲର ପ୍ରିନ୍ସିପାଲ ପ୍ରଶାନ୍ତ କୁମାର ପଣ୍ଡା ଓ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।