ପ୍ରେମ ସମ୍ପର୍କକୁ ନେଇ ସଂଘର୍ଷ : ୫ ଆହତ, ୨ ଗୁରୁତର

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଥାନା ପେଣ୍ଡିମୁଣ୍ଡା ଗାଁରେ ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ହେବାରୁ ୫ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗାଁର ସୁବୋଧ ରଣାଙ୍କ ସହ ରାମଚନ୍ଦ୍ରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶ୍ରୀରଣା ବର୍ଷେତଳେ ଏହି ଗାଁର ଏକ ପ୍ରେମୀଯୁଗଳ ଫେରାର ହେବାରେ ସହଯୋଗ କରିଥିଲେ ବୋଲି ରାମଚନ୍ଦ୍ରଙ୍କ ପରିବାର ସନ୍ଦେହ କରୁଥିଲେ। ଏନେଇ ଗତ ଗୁରୁବାର ରାତିରେ ସୁବୋଧ କଲାହାଣ୍ଡି ଜିଲ୍ଲା ନୁନପୁର ଗାଁକୁ ବାହାଘର ପାଇଁ ଯାଇଥିବାବେଳେ ରାମଚନ୍ଦ୍ର ଘର ଲୋକେ ସୁବୋଧକୁ ମାଡ଼ ମାରିଥିବା ନେଇ କଳାହାଣ୍ଡି ଜିଲ୍ଲା ରାମପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶନିବାର ରାତିରେ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଦୁଇ ପରିବାର ମଧ୍ୟରେ ରକ୍ତାତ ସଂଘର୍ଷ ହୋଇଥିଲା । ଉଭୟ ପରିବାର ପକ୍ଷରୁ ୫ ଜଣ ଆହତ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଯାଇଛି। ଘଟଣାସ୍ଥଳରେ ୁତୁଷୁରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।