ବେଲପାହାଡ଼ କୋଲ କରିଡ଼ୋର ପାଇଁ ସଂଯୁକ୍ତ ତଦାରଖ ଆରମ୍ଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ରେ କୋଲ କରିଡ଼ୋର ବା ବାଇପାସ ରାସ୍ତା ନିର୍ମାଣ ପାଇଁ ସଂଯୁକ୍ତ ତଦାରଖ ଆରମ୍ଭ ହୋଇଛି। ଏହି କୋଲ କରିଡର ପାଇଁ ଆବଶ୍ୟକ ଥିବା ଜଙ୍ଗଲ ଜମି ଓ ସରକାରୀ ଜମିକୁ ହସ୍ତାନ୍ତର କରିବା ପାଇଁ ଆଜି ସଂଯୁକ୍ତ ଭେରିଫିକେସନ୍ କରାଯାଇଛି। ଏହି ୪ କିଲୋମିଟର ବିଶିଷ୍ଟ ବାଇପାସ ରାସ୍ତା ନିର୍ମାଣ ପାଇଁ ୨୮ ଏକର ଜମିର ଆବଶ୍ୟକତା ରହିଥିବାବେଳେ ସେଥିରେ ୧୬.୭୮ ଏକର ଘରୋଇ ଜମି, ୬.୪୮ ଏକର ଜଙ୍ଗଲ ଜମି ଓ ୪.୭୪ ଏକର ସରକାରୀ ଜମି ରହିଛି।

ଏହି ୧୬ ଏକର ଘରୋଇ ଜମିରେ ମୋଟ ୩୭ ଜଣଙ୍କ ମାଲିକାନା ରହିଛି। ଏଯାଏଁ ୫ ଜଣଙ୍କ ଠାରୁ ଜମି କିଣା ସରିଥିବା ପୂର୍ତ୍ତ ବିଭାଗର ଡେପୁଟି ନିର୍ବାହୀ ଯନ୍ତ୍ରୀ ଗାୟତ୍ରୀ ପଟେଲ ସୂଚନା ଦେଇଛନ୍ତି। ଏହି ସଂଯୁକ୍ତ ତଦାରଖ ସମୟରେ ବେଲପାହାଡ଼ ଫରେଷ୍ଟର ପ୍ରଦୀପ ନାଏକ, ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଗାୟତ୍ରୀ ପଟେଲ ଓ ସିଭିଲ ଇଞ୍ଜିନିୟର ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।