ପ୍ରିୟଙ୍କାଙ୍କ କାରକେଡ୍‌ରେ ଦୁର୍ଘଟଣା

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ କାରକେଡ୍‌ରେ ଦୁର୍ଘଟଣା ଘଟିଛି। ତାଙ୍କ କାରକେଡ୍‌ର ୪ଟି ଗାଡ଼ି ପରସ୍ପର ସହିତ ପିଟି ହୋଇଥିଲା। ଏଥିରେ ଗାଡ଼ି ଗୁଡ଼ିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନାହାନ୍ତି।

ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପ୍ରିୟଙ୍କା ରାମପୁର ଯାଉଥିବା ବେଳେ ହାପୁଡ଼ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍‌ରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଗୋଟିଏର ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ତା’ପଛରେ ଆସୁଥିବା ତିନୋଟି ଗାଡ଼ି ପଛକୁ ପଛ ପିଟି ହୋଇଯାଇଥିଲେ।