ନୂଆଦିଲ୍ଲୀ,ଏଜେନ୍ସି: ନିକଟରେ ଭାରତ ସରକାର ଦକ୍ଷିଣ ଆଫ୍ରିକାକୁ କରୋନା ଟିକା ପଠାଇଛନ୍ତି। ଭାରତର ଏହି ପଦକ୍ଷେପକୁ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ପ୍ରଶଂସା କରିଛନ୍ତି।
ଦକ୍ଷିଣ ଆଫ୍ରିକାକୁ କୋଭିଡ-୧୯ ଟିକା ପଠାଇବା ପରେ କେଭିନ ପିଟରସନ ଟୁଇଟ କରି କହିଛନ୍ତି ଯେ, ଭାରତର ଉଦାରତା ଓ ଦୟା ଦିନକୁ ଦିନ ବୃଦ୍ଧି ପାଉଛି। ପିଟରସନ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିଲେ ଏବଂ ପରେ ଇଂଲଣ୍ଡରେ ବସବାସ କରିଥିଲେ।
କେଭିନ ପିଟରସନଙ୍କ ଟୁଇଟର ଜବାବ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ପ୍ରତି ଆପଣଙ୍କ ଭଲ ପାଇବା ଦେଖି ବହୁତ ଖୁସି ଲାଗୁଛି। ଆମେ ଭାବୁ ଯେ, ବିଶ୍ୱ ଆମର ପରିବାର ଏବଂ ଆମେ କରୋନା ଭାଇରସ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିବାକୁ ଚାହୁଁଛୁ।
Indian generosity and kindness grows more and more every single day.
The beloved country! 🙏🏽— Kevin Pietersen🦏 (@KP24) February 2, 2021