ମେଡ୍ ଇନ୍ ଇଣ୍ଡିଆ ଟାବଲେଟରେ ହେବ ୨୦୨୧-୨୨ ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସଂସଦରେ ଆଉ ମାତ୍ର କିଛି ସମୟ ପରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍ ହେବାକୁ ଯାଉଛି।

କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପେପର ଲେସ୍ ବଜେଟ୍ ଉପସ୍ଥାପନ କରିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଟାବଲେଟରେ ବଜେଟ୍ ଉପସ୍ଥାପନ ହେବ। ଏବଂ ଏଥିପାଇଁ ବର୍ତ୍ତମାନ ରାଷ୍ଟ୍ରୀୟ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପହଞ୍ଚି ସାରିଛନ୍ତି।

ଦିନ ୧୧ ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବ। ତେବେ ଚଳିତ ବର୍ଷର ଡିଜିଟାଲ ବଜେଟ୍ ପାଇଁ ଏବେଠାରୁ ସେନସେକ୍ସ କ୍ରମାଗତ ଭାବରେ ବଢିବା ଆରମ୍ଭ ହୋଇଛି।