ଖୋର୍ଦ୍ଧା,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହାତୀ ଉପଦ୍ରବର ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ରାଜ୍ୟରେ ବଢୁଥିବା ହାତୀ ଉତ୍ପାତ ରାଜ୍ୟ ବନ ବିଭାଗର ନିଦ ହଜାଇଛି।
ଆଜି ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଟାଙ୍କୋଳ ଗ୍ରାମରେ। ଏହି ଗ୍ରାମର ବାଉରି ବନ୍ଦଉ ସ୍ୱାଇଁ ନିଜ ଫସଲକୁ ଜଗିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ ଏବଂ ନିଜକୁ ବଞ୍ଚାଇବାକୁ ଯାଇ ବୃଦ୍ଧ ଜଣଙ୍କ ଦୌଡି ପଳାଇ ଆସୁଥିବା ବେଳେ ତାଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି। ଅନ୍ୟପଟେ ଗତ କିଛି ଦିନ ହେଲା ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ବଢିଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କିଛି ହେଲେ ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଟାଙ୍କୋଳର ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି।