ଅବସରପ୍ରାପ୍ତ ଗଣ୍ଡ କର୍ମଚାରୀ ସଙ୍ଘର ବନ୍ଧୁମିଳନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀସ୍ଥିତ ଧାନବେଣୀ ପୀଠରେ ରବିବାର ଅବସରପ୍ରାପ୍ତ ଗୋଣ୍ଡ କର୍ମଚାରୀ ସଂଘର ତୃତୀୟବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ କର୍ମଚାରୀ ହୃଷିକେଶ ସିଂଙ୍କ ସଭାପତିତ୍ତ୍ୱରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଥିଲେ। ପ୍ରଥମେ ଇହଧାମ ତ୍ୟାଗ କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ ଥିଲା।

ଏହାପରେ ୨୦୨୦ ବର୍ଷର ବାର୍ଷିକ ବିବରଣୀ ପାଠ କରାଯାଇ ନୂତନ କମିଟି ଗଠନ କରିବା ପାଇଁ ଆଲୋଚନା କରାଯାଇଥିଲା। ସଦର ବ୍ଲକ ବେଲଦା ଗ୍ରାମରେ ଥିବା ଗଣ୍ଡ ସାଂସ୍କୃତିକ ସମାଜ ପକ୍ଷରୁ ହୋଇଥିବା ଘରକୁ ମରାମତି କରାଯିବାକୁ ଆଲୋଚନା କରାଯିବା ସହ ପ୍ରତ୍ୟେକ ବର୍ଷ ୧ ହଜାର ଟଙ୍କା ସଂଗ୍ରହ କରାଯିବାକୁ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ଭୂବନାନନ୍ଦ ନାୟକ, ଧନେଶ୍ୱର ନାୟକ, ନନ୍ଦ କିଶୋର ନାୟକ, ତ୍ରିଲୋଚନ ନାୟକ, ଅଖିଳ ଚନ୍ଦ୍ର ନାୟକ, ବୈଷ୍ଣବ ଚରଣ ନାୟକ, ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।