ବିଭିନ୍ନ ସ୍ଥାନରେ ଦେଶୀ ମଦ ଚଢ଼ଉ, ୪ ଗିରଫ

ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବ୍ୟାପକ ଦେଶୀ ମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଜିଲ୍ଲାର ବାଲିମେଳା ଓ ମାଥିଲି ଅବକାରୀ କର୍ମଚାରୀ ମିଳିତ ଭାବେ ଚିତ୍ରକୋଣ୍ଡା ଅଞ୍ଚଳର ଢେପ ସାହି, ବାଲିମେଳା ସଦରର କିଛି ଅଂଚଳ ଏବଂ କୁଡୁମୁଳୁଗୁମ୍ମାର ବିଭିନ୍ନ ଦେଶୀ ମଦ ତିଆରି ହେଉଥିବା ଆଡ୍ଡାରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ୩୨୬ ଲିଟର ଦେଶୀ ମଦ ସହ ୨ ହଜାର କେଜି ପୋଚ ଜବତ ହୋଇଥିବା ଜଣାପଡ଼ିଛି।