Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନଳବଣ୍ଟାରେ ୮୦ ଲକ୍ଷର ବାଣ ଜବତ, ୩ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନଳବଣ୍ଟାରେ ୮୦ ଲକ୍ଷର ବାଣ ଜବତ, ୩ ଗିରଫ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ନଳବଣ୍ଟା ଗ୍ରାମରୁ ପୁଲିସ ସୋମବାର ଚଢ଼ଉ କରି ପ୍ରାୟ ୮୦ଲକ୍ଷ ଟଙ୍କାର ୭ ଟ୍ରକ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଆସିକା ଥାନା ପୁଲିସ ସନ୍ତୋଷ ପାଢ଼ୀ, ଦିବାନ ସେଠୀ ଓ ବିପ୍ର ସେଠୀଙ୍କୁ ଗିରଫ କରିଥିବା ବେଳେ ୬ ଜଣ ଫେରାର ହୋଇଯାଇଛନ୍ତି।

ଏହି ବାଣ ଜବତ ପାଇଁ ପୂର୍ବରୁ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଦଳ ଗଠନ କରାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ଆସିକା ପୁଲିସ ସାଧା ପୋଷାକରେ ନଳବଣ୍ଟା ଗ୍ରାମର ବିଭିନ୍ନ ସାହିରେ ଥିବା ବାଣ ପ୍ରସ୍ତୁତି କେନ୍ଦ୍ର ଓ ଗୋଦାମକୁ ଯାଇ ବାଣ ନେବା ପାଇଁ ଅଗ୍ରୀମ ଟଙ୍କା ଦେଇ ଫେରିଥିଲେ। ଏହାପରେ ଅପରାହ୍ନ ୩ଟା ବେଳେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ଆଶୁତୋଷ ସୌରଭ କର, ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ୬୦ରୁ ଅଧିକ ପୁଲିସ ଫୋର୍ସ ନେଇ ନଳବଣ୍ଟା ଗ୍ରାମ ଉପରେ ଚଢ଼ଉ କରିଥିଲେ।

ଏହି ଚଢ଼ଉ ବେଳେ ପୁଲିସ ବସ୍ତା ବସ୍ତା ତାଳପତ୍ର ବାଣ, କୁମ୍ପି, ହାବେଳି, ବୋମା, ଲାଇଟର, ବାଣ ତିଆରି ପାଇଁ ଥିବା ଗନ୍ଧକ, କ୍ଷାର, ମଣିିଶିଳା, ଅଙ୍ଗାର, ସୁତୁଲି ଆଦି ଜବତ କରିଥିଲେ। ସାତଟି ଟ୍ରକରେ ଏହି ସବୁ ବାଣ ଓ ବାଣ ସାମଗ୍ରୀ ଆସିକା ଥାନାକୁ ଅଣାଯାଇଥିଲା। ବାଣ ଜବତ ବେଳେ ନଳବଣ୍ଟା ଗ୍ରାମ ପୁଲିସ ଛାଉଣିରେ ପରିଣତ ହୋଇଥିଲା।

ଗଞ୍ଜାମ ଜିଲ୍ଲାରେ ବିପୁଳ ପରିମାଣର ଓ ବହୁ ମୁଲ୍ୟ ବାଣ ଜବତ ହେବାରେ ଏହା ପ୍ରଥମ ଘଟଣା। ଏନେଇ ଆସିକା ଥାନା କେସ ନମ୍ବର- ୩୦୭, ୩୦୮, ୩୦୯, ୩୧୦, ୩୧୧, ୩୧୨, ୩୧୩, ୩୧୪ ଦଫା ୩ ଓ ୪ ବିସ୍ଫୋରକ ଆକ୍ଟରେ ମାମଲା ରୁଜୁ ହୋଇଛି।