ଭାରତର ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ ଆଜି ଏକ ନୂଆ ଦଶନ୍ଧି ଆରମ୍ଭ ହେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ଆଜି ଆରମ୍ଭ ହେଉଥିବା ବଜେଟ ଅଧିବେଶନରେ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ନିମନ୍ତେ ନୂଆ ଦଶନ୍ଧି ଆରମ୍ଭ ହେଉଛି।

ଏଥିସହ ସେ କହିଛନ୍ତି କି, ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ଦେଶ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏହି ଦଶନ୍ଧିର ପୂର୍ଣ୍ଣ ଉପଯୋଗ ହେବ। ଏକଥା ଧ୍ୟାନରେ ରଖି, ଏହି ଦଶନ୍ଧି ଉପରେ ଆଲୋକପାତ କରାଯାଇ ଏଥରର ଅଧିବେଶନରେ ଆଲୋଚନା କରାଯିବ।