ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨ଥର ବିଜୟ ହାସଲ କରିଥିବା ଆମ ଆଦମି ପାର୍ଟି ଏବେ ଧୀରେ ଧୀରେ ଦିଲ୍ଲୀ ବାହାରକୁ ପାଦ ଥାପୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ‘ଆଗାମୀ ୨ ବର୍ଷରେ ଆପ୍ ୬ଟି ରାଜ୍ୟରେ ନିର୍ବାଚନ ଲଢ଼ିବ। ଆପ୍ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଗୋଆରେ ନିର୍ବାଚନ ଲଢ଼ିବ।’
ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁଜରାଟର ନଗର ନିଗମ ନିର୍ବାଚନରେ ପାର୍ଟି ସମସ୍ତ ସିଟରେ ଲଢ଼ିବ ଓ ଦୁଇଗୁଣା ଶକ୍ତି ସହ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଆପ୍ ପକ୍ଷରୁ ଘୋଷଣା କରାଯାଇଥିଲା।