ଶୂକସାରୀ ମନ୍ଦିର ଚର୍ତୁପାଶ୍ୱରୁ ମିଳୁଛି ପୁରାତନ କୀର୍ତ୍ତିରାଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବହୁ ପୁରାତନ ଶୂକସାରୀ ମନ୍ଦିର ଚର୍ତୁପାଶ୍ୱର ଖନନ କାର୍ଯ୍ୟ କରାଯାଉଛି। ଖନନ ସମୟରେ ଅନେକ ପୁରାତନ ପଥର ମୂର୍ତ୍ତି ଉଦ୍ଧାର ହୋଇଛି। ପଥରରେ ନିର୍ମିତ ନଟରାଜ ମୂର୍ତ୍ତି, ନର୍ତ୍ତକୀ ସହିତ ଅନେକ ମୂର୍ତ୍ତିର ଭଗ୍ନାବଶେଷ ମିଳିଛି। ଖନନ ସ୍ଥାନରେ ଅନେକ ପଥର ଖୋଦିତ ମୂର୍ତ୍ତି ମଧ୍ୟ ଉଦ୍ଧାର ହୋଇଥିବା ମଧ୍ୟ ଜଣାପଡ଼ିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତଥା ଏଏସଆଇ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଉଛି।