ଗିରଫ ହେଲେ ଏଏସଆଇ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଧୀନ ଝରାଡ଼ିହି ଫାଣ୍ଡି ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ଫାଣ୍ଡି ଅଧିକାରୀ ଏଏସଆଇ ସତ୍ୟବାନ ଗିରି ଝରାଡ଼ିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କ ପାଖରୁ ବିଭିନ୍ନ ସମୟରେ ଧମକ ଦେଇ ଅର୍ଥ ଆଦାୟ କରି ଆସୁଥିଲେ।

ବ୍ୟବସାୟୀ ଜଣଙ୍କ ପୁଲିସ ବାବୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଜି ଭିଜିଲାନ୍ସର ଯୋଜନା ମୁତାବକ ସମ୍ପୃକ୍ତ ପୁଲିସ ବାବୁ ଜଣଙ୍କ ୯ ହଜାର ଟଙ୍କା ଦାଦା ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧାରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଫାଣ୍ଡି ଓ ତାଙ୍କ ବାସ ଭବନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।