ନୂଆଦିଲ୍ଲୀ: ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ପରେ ତ୍ତରାଖଣ୍ଡରେ ଆଲର୍ଟ ଜାରି କରାଯାଇଛି। ପୁଲିସ ନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ, ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ପରେ ଉତ୍ତରାଖଣ୍ଡ ପୁଲିସ ସମ୍ପୂର୍ଣ୍ଣ ରୂପେ ସତର୍କ ରହିଛି। ଔଧମସିଂହ ନଗର ଜିଲ୍ଲାରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଦିଲ୍ଲୀ ହିଂସାକୁ ନେଇ ରୋଷ ପ୍ରକଟ କରିଛନ୍ତି। କୃଷକ ରାଲି ସମୟରେ ହୋଇଥିବା ଉପଦ୍ରବକୁ ରାୱତ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇଛନ୍ତି। ଏମିତି କରିଥିବା ଲୋକ କଦାପି କୃଷକ ହୋଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାନୁଆରୀ ୨୬ରେ ହୋଇଥିବା ଏମିତି କାର୍ଯ୍ୟ ପଛରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ଚକ୍ରାନ୍ତ ନଜର ଆସୁଛି।