ୱାସିଂଟନ୍,ଏଜେନ୍ସି: ଆମେରିକାର ୪୬ ତମ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ସେନାରେ ତୃତୀୟ ଲିଙ୍ଗିଙ୍କ ଭର୍ତ୍ତିକୁ ନେଇ ଟ୍ରମ୍ପ ପ୍ରତିବନ୍ଧକ ଲଗାଇଥିଲେ। ଆଜି ବାଇଡେନ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏନେଇ ବାଇଡେନ କହିଛନ୍ତି କି, ମୁଁ ଯାହାବି କରୁଛି ତାହା ସମସ୍ତ ଯୋଗ୍ୟ ଆମେରିକୀୟଙ୍କୁ ଦେଶର ସେବା କରିବାରେ ସକ୍ଷମ କରିବ। ଏଥିସହିତ ଆମେରିକା ସାରା ବିଶ୍ୱରେ ଆହୁରି ମଜଭୁତ ହେବ। ଏଥିରେ ସେନାର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି।