କୃଷକଙ୍କ ବ୍ୟାରିକେଡ ଭାଙ୍ଗିବାର ଜବାବରେ ଲୁହ ଗ୍ୟାସ୍ ଛାଡ଼ିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଟିଓ ପାଖରେ ପୁଲିସ ବ୍ୟାରେକେଡିଂକୁ କୃଷକ ଆନ୍ଦୋଳନକାରୀ ଭାଙ୍ଗି ଦେଇଛନ୍ତି। ସେଥିପାଇଁ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ଲୁହ ଗ୍ୟାସ୍ ଛାଡ଼ିଛି। କୃଷକଙ୍କୁ ଶୃଙ୍ଖଳାର ସହ ଟ୍ରାକ୍ଟର ରାଲି କରିବାକୁ ପୁଲିସ ବୁଝାଉଥିବାବେଳେ ସେମାନେ ଇଣ୍ଡିଆ ଗେଟ ଆଡ଼କୁ ବଢ଼ିବାକୁ ଚେଷ୍ଟା ଚାଲିଛନ୍ତି।

ଦିଲ୍ଲୀରେ ଟ୍ରାକ୍ଟର ରାଲି କାଢ଼ୁଥିବା କୃଷକଙ୍କ ଉପରେ ପୁଲିସ ଡ୍ରୋନ ଯୋଗେ ନଜର ରଖିଛି। ଏହି ସମୟରେ ହିଂସାକାଣ୍ଡ ଯେପରି ନହୁଏ ସେଥିପାଇଁ ଦିଲ୍ଲୀ ପୁଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଲାଇଛି। ଦିଲ୍ଲୀର ସିନ୍ଧୁ, ଟିକ୍ରୀ ଓ ଗାଜିପୁର ବୋର୍ଡରରେ ହଜାରେ ସଂଖ୍ୟାରେ କୃଷକ ରାଜଧାନୀରେ ଏଣ୍ଟ୍ରି ନେଇଛନ୍ତି। କୃଷକ ଅନେକ ଜାଗାରେ ପୁଲିସର ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି।