ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍: ଅନ୍ୟପଟେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଲିସ ମହାନିର୍ଦ୍ଦେଶକ ଅଭୟ ଆହ୍ୱାନ ଦେଇଥିଲେ। ଆଜି ଜଣେ ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳ ମୁକୁଟି ପାଲିର ତଥା ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରାର ଆତ୍ମସମର୍ପଣ କରିଛନ୍ତି। ସେ ଗତ ୨ ବର୍ଷ ହେଲା ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁଲିସ ସୂଚନା ଦେଇଛି।

ଦଳରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିବାରୁ ସେ ଦଳ ଛାଡ଼ି ଆତ୍ମସମର୍ପଣ କରିଥିବା କହିଛନ୍ତି। ଏଥିସହ ସେ କହିଛନ୍ତି କି ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ଅନ୍ୟ କେତେକ ସଦସ୍ୟମାନେ ମଧ୍ୟ ଦଳ ତ୍ୟାଗକରି ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ମାଓ ନେତା ତାଙ୍କୁ ଓ ତାଙ୍କ ପରିବାରକୁ ମାରିଦେବାକୁ ଧମକ ଦେଉଛନ୍ତି।