ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୩ମୃତ ୪ଗୁରୁତର

ଯାଜପୁର,ଏନ୍ଏନ୍ଏସ୍: ବଡ଼ଚଣା ଥାନା ଅଧୀନ ୧୬ନଂ ଜାତୀୟ ରାଜପଥରବନ୍ଦୋଳ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଏକ ଆମ୍ବୁଲାନ୍‌ସ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ ଉକ୍ତ ଆମ୍ବୁଲାନ୍ସଟି ବିଷ ଖାଇ ଗୁରୁତର ଥିବା ଜଣେ ମହିଳାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ମେଡ଼ିକାଲ ନେଇ ଯାଉଥିଲାବେଳେ ରାତ୍ର ପ୍ରାୟ ୨ଟା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଆମ୍ବୁଲାନ୍‌ସ ହେଲପର ରଞ୍ଜିତ କୁମାର ମଲିକ ଏବଂ ବିଷ ଖାଇଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଆମ୍ବୁଲାନ୍‌ସ ଚାଳକ ଗଗନ କୁମାର ମହାନ୍ତି, ଗାଡ଼ିରେ ଥିବା ଫାର୍ମାସିଷ୍ଟ, ବିଷ ଖାଇଥିବା ମହିଳାଙ୍କ ପୁଅ ଏବଂ ନାତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ନାତିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଷ ଖାଇଥିବା ମହିଳା ଏବଂ ତାଙ୍କ ପରିବାର ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ। ଆଜି ସକାଳୁ ବଡ଼ଚଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ଟି ଫେରାର ଥିବା ଜଣାଯାଇଛି।