ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ବରିଷ୍ଠ ପୁଲିସ ଅଧିକାରୀ ଓ ଚାଷୀ ନେତାଙ୍କ ମଧ୍ୟରେ ପୁଣି ଥରେ ଆଜି ଏକ ବୈଠକ ବସିବାକୁ ଯାଉଛି। ଆସନ୍ତା ଜାନୁଆରୀ ୨୬ରେ ଉତ୍ତରପ୍ରଦେଶ ଓ ହରିଆଣା ଚାଷୀମାନେ ଟ୍ରାକ୍ଟର ରାଲି କରିବା ନେଇ ଏହି ବୈଠକ ବସିବ। ଏନେଇ ଦିଲ୍ଲୀ କମିସନର ପୁଲିସ ଏସଏସ ଯାଦବ ସିଂଘୁ ସୀମା ନିକଟ ମନ୍ତ୍ରମ ରିସର୍ଟରେ ପହଞ୍ଚିଛନ୍ତି। ଏହି ବୈଠକରେ ତାଙ୍କ ସହ ସ୍ପେଶାଲ କମିସନର ପୁଲିସ ଦିପେନ୍ଦ୍ର ପାଠକ ଓ ସଞ୍ଜୟ ସିଂହ ଉପସ୍ଥିତ ରହିବେ।
ଏହି ବୈଠକରେ କେଉଁ ପଟରେ ରାଲି ଯିବ ସେ ନେଇ ଦିଶା ନିର୍ଦ୍ଧାରଣ କରାଯିବା ସହ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ହରିଆଣା କୃଷକ ନେତ ୟୁଦ୍ଧବିର ସିଂହ ସୂଚନା ଦେଇଛନ୍ତି।
ଗତକାଲି ମଧ୍ୟ ଦିଶା ନିର୍ଦ୍ଧାରଣ ପାଇଁ ବିଜ୍ଞାନ ଭବନରେ ପୁଲିସ ଓ କୃଷି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାଲି ପାଇଁ ଦିଆଯାଇଥିବା ଦିଶାକୁ ଚାଷୀ ନେତା ମାନି ନଥିଲେ। ଫଳରେ ଆଜି ପୁଣି ଥରେ ଏନେଇ ବୈଠକର ଆୟୋଜନ ହୋଇଛି।