ୱାଶିଂଟନ,ଏଜେନ୍ସି: ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଏକତାକୁ ଗୁରୁତ୍ୱ ଦେଇଛନ୍ତି। ଏନେଇ ବାଇଡେନ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ଆମେରିକାକୁ ‘ଏକ’ କରିବା ଲାଗି ସମସ୍ତେ ଏକାଠି ହେବାର ଅଛି।
ଏଥିସହ କହିଛନ୍ତି ଆଜି ଲୋକମାନଙ୍କ ଠାରେ ଦେଖାଯାଇଥିବା ଏହି ଉତ୍ସାହ କୌଣସି ପ୍ରାର୍ଥୀଙ୍କର ବିଜୟ ନୁହେଁ, ବରଂ ଗଣତନ୍ତ୍ରର ବିଜୟ। ଆଜିର ଦିନଟି ଆମେରିକାର ଗଣତନ୍ତ୍ରର ଦିନ। ଏହା ଇତିହାସ ଓ ଆଶାର ଦିନ। ଆଜି ଆମେ ଏକ ପ୍ରାର୍ଥୀଙ୍କ ବିଜୟ ନୁହେଁ, ବରଂ ଏକ ଉଦ୍ଦେଶ୍ୟ, ଗଣତନ୍ତ୍ର ଉଦେଶ୍ୟ ନେଇ ବିଜୟ ଉତ୍ସବ ପାଳନ କରୁଛୁ ବୋଲି ବାଇଡେନ କହିଛନ୍ତି।
ଦେଶର ନୂଆ ରାଷ୍ଟ୍ରପତି କହିଛନ୍ତି, କୃଷ୍ଣକାୟଙ୍କୁ ଶ୍ରେଷ୍ଠ ମାନିବାର ମାନସିକତା, ଘରୋଇ ଆତଙ୍କବାଦଙ୍କୁ ହରାଇବ। ମୁଁ ଚାହୁଁଛି ପ୍ରତ୍ୟେକ ଆମେରିକୀୟ ଆମର ଏହି ଲଢ଼େଇରେ ସାମିଲ ହୁଅନ୍ତୁ। ଆମେରିକାକୁ ଏକାଠି ଆଣିବାରେ, ଲୋକଙ୍କୁ ଏକାଠି କରିବାରେ, ଦେଶକୁ ଏକାଠି କରିବା ନେଇ କାମ କରିବା। ଫଳରେ ସାମ୍ନାରେ ଥିବା ଚ୍ୟାଲେଞ୍ଜ ସହଜରେ ଅତିକ୍ରମ କରିହେବ।