ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କରୋନା ଟିକାକରଣ ଗୃହର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗି, ବିଡ଼ିଓ ବେଣୁଧର ଶବର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅନିଲ କୁମାର ବେହେରା ଓ ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଟିକାକରଣ କେନ୍ଦ୍ରର ଉଦଘାଟନ କରିଥିଲେ। ଏହି ଅବସରରେ ଟିକାକରଣ ଗୋଷ୍ଠୀ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଅନିଲ କୁମାର ବେହେରା, ବିପିଏମ୍ କମଳାକର ରାଓ ଓ ଡା. ପ୍ରଭାତ ଦାଶ ପ୍ରଥମେ କୋଭିସିଲ୍ଡ ଟିକା ନେବା ପରେ ସେମାନଙ୍କୁ ଅଧଘଣ୍ଟା ଅବଜରଭେସନରେ ରଖାଯାଇଥିଲା। ତେବେ ଟିକାକରଣ ପରେ କୌଣସି ଲୋକଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ହୋଇନଥିବା ଜଣାପଡ଼ିଛି। ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ସୁରକ୍ଷା ଏବଂ ସାନିଟାଇଜେସନ୍ ସହ ଅଭ୍ୟର୍ଥନା କକ୍ଷ ଓ ପର୍ଯ୍ୟବେକ୍ଷଣ କନ୍ଦ୍ର ଖୋଲା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିପିଏମ୍ କମଳାକର ରାଓ ପରିଚାଳନା କରିଥିଲେ।