ବ୍ରିସବେନ୍ ଟେଷ୍ଟ: ୪ର୍ଥ ଦିନରେ ଅଷ୍ଟ୍ରେଲିଆର ୨ୟ ପାଳି ବ୍ୟାଟିଂ ଜାରି, ସ୍କୋର ୧୩୦-୪

ବ୍ରିସବେନ,ଏଜେନ୍ସି: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ୪ର୍ଥ ଦିନରେ କଙ୍ଗାରୁ ଦଳ ୨ୟ ପାଳିରେ ୪ଟି ୱିକେଟ ହରାଇ ୧୩୦ ରନ୍ ସଂଗ୍ରହ କରିଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବ୍ରିସବେନର ଦ ଗାୱା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ‌ରେ ଆୟୋଜକ କଙ୍ଗାରୁ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶେଷ ରିପୋର୍ଟ ଲେଖାଯିବା ବେଳକୁ କ୍ରିଜରେ ଅଛନ୍ତି ଷ୍ଟିଭ ସ୍ମିଥ ଓ କେମରନ ଗ୍ରୀନ।

ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ଓପନର ମାର୍କସ ହେରିସ ଓ ଡେଭିଡ ୱାର୍ଣ୍ଣର ଯଥାକ୍ରମେ ୩୮ ଓ ୪୮ ରନ କରିଥିଲେ। ହେରିସଙ୍କୁ ଶାର୍ଦ୍ଦୁଲ ଠାକୁର ଓ ୱାର୍ଣ୍ଣରଙ୍କୁ ୱାଶିଂଟନ ସୁନ୍ଦର ଆଉଟ କରିଥିଲେ। ମାର୍ନୁସ ଲବୁସଚେଞ୍ଜ ୨୫ ରନ ଯୋଡ଼ିଥିବା ବେଳେ ମ୍ୟାଥ୍ୟୁ ୱାଡେ ଖାତା ଖୋଲି ନପାରି ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ ହୋଇଥିଲେ। ମାର୍ନୁସଙ୍କୁ ସିରାଜ ଆଉଟ କରିଥିଲେ।

ଭାରତ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରି ୩୩୬ ରନ କରିଥିଲା। ଓପନର ରୋହିତ ଶର୍ମା (୪୪ ରନ୍‌), ଶୁଭମନ ଗିଲ (୭ରନ), ଚେତେଶ୍ୱର ପୂଜାରା (୨୫ରନ୍‌) ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୭ ରନ, ମୟଙ୍କ ଅଗ୍ରୱାଲ ୩୮ ରନ, ଋଷଭ ପନ୍ତ ୨୩ ରନ, ୱାଶିଂଟନ ସୁନ୍ଦର ୬୨ ରନ, ଶାର୍ଦ୍ଦୁଲ ଠାକୁର ୫ ରନ, ନଭଦୀପ ସଇନୀ ୧୩ ରନ ଓ ଟି ନଟରାଜନ ୧ ରନ କରିଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୬୯ ରନ କରିଥିଲା। ଭାରତୀୟ ବୋଲର ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ୩-୩ଟି ୱିକେଟ ମିଳିଥିବା ବେଳେ ମହମ୍ମଦ ସିରାଜକୁ ଗୋଟିଏ ୱିକେଟ ମିିଳିଥିଲା।