ବ୍ରିସବେନ୍ ଟେଷ୍ଟ: ୩ୟ ଦିନରେ ଭାରତର ବ୍ୟାଟିଂ ଜାରି, ସ୍କୋର ୧୩୦-୩

ନୂଆଦିଲ୍ଲୀ,ଏଜେନ୍ସି: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ବ୍ରିସବେନ‌ର ଦ ଗାୱା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆୟୋଜକ କଙ୍ଗାରୁ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ରବିିବାର ୩ୟ ଦିନରେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩ଟି ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଛି। ଭାରତ ନିଜର ପ୍ରଥମ ପାଳି ଜାରି ରଖିଥିବା ବେଳେ ରୋହିତ ଶର୍ମା (୪୪ ରନ୍‌), ଶୁଭମନ ଗିଲ (୭ରନ) ଓ ଚେତେଶ୍ୱର ପୂଜାରା (୨୫ରନ୍‌) କରିଛନ୍ତି। ଆଜିଙ୍କ୍ୟ ରାହାଣେ ଓ ମୟଙ୍କ ଅଗ୍ରୱାଲ ବ୍ୟାଟିଂ ଜାରି ରଖିଛନ୍ତି।

ଏହା ପୂର୍ବରୁ ଘରୋଇ କଂଗାରୁ ଦଳ ମଜବୁତ ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଆରମ୍ଭରୁ ଅଷ୍ଟ୍ରେଲିଆ ଦଳକୁ ଝଟକା ଲାଗିଥିଲା। ଦଳ ମାତ୍ର ୪ ରନରେ ନିଜର ପ୍ରଥମ ୱିକେଟ ଓ ୧୭ ରନ ବେଳକୁ ୨ୟ ୱିକେଟ ଭାବେ ୨ ଓପନର ଡେଭିଡ ୱାର୍ଣ୍ଣର ଓ ମାର୍କସ ହେରିସଙ୍କୁ ହରାଇଥିଲା। ମାର୍କସ ହେରିସ ୨୩ଟି ବଲ ଖେଳି ୫ ରନ କରିଥିଲେ। ସେହିପରି ୱାର୍ଣ୍ଣର ମାତ୍ର ୧ ରନ କରିଥିଲେ। ମାର୍କସ ଶାର୍ଦ୍ଦୁଲ ଠାକୁରଙ୍କ ବଲ ୱାଶିଂଟନ ସୁନ୍ଦରଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ମହମ୍ମଦ ସିରାଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ୱାର୍ଣ୍ଣର। ଏଥିସହିତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩୬୯ ରନ୍ ସଂଗ୍ରହ କରିଛି।

କଙ୍ଗାରୁ ଦଳ ଯଦିଓ ଶସ୍ତାରେ ୨ଟି ୱିକେଟ ହରାଇଥିଲା, ଏହା ପରେ ଟିମର ଖେଳାଳିମାନେ ମଜବୁତ ଭାବେ ବ୍ୟାଟିଂ କରିଛନ୍ତି। ମାର୍ନୁସ ଲବୁସଚେଞ୍ଜ ୧୦୮ ରନ୍ କରିଥିବା ବେଳେ ଟିମ ପାଇନଙ୍କ ଅର୍ଦ୍ଧଶତକ, ମ୍ୟାଥ୍ୟୁ ୱାଡେଙ୍କ ୪୫ ରନ ଓ କେମରନ ଗ୍ରୀନଙ୍କ ୪୭ ରନ ଦଳର ରନ ସ୍କୋରକୁ ମଜବୁତ କରିପାରିଥିଲେ। ସେହିପରି ଷ୍ଟିଭେନ ସ୍ମିଥ ୩୬ ରନ କରିଥିବା ବେଳେ ନାଥାନ ଲାୟନ୨୪ ରନ କରିଥିଲେ। ଭାରତୀୟ ବୋଲର ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ୩-୩ଟି ୱିକେଟ ମିଳିଥିବା ବେଳେ ମହମ୍ମଦ ସିରାଜକୁ ଗୋଟିଏ ୱିକେଟ ମିିଳିଥିଲା।